ସପ୍ଲାଇ ଚେନ୍ ପାଇଁ ତୈଳ ସଙ୍କଟ ହୋଇଛି, ଏହା ଜାତୀୟ କ୍ରାଇସିସ୍ : ଆଇନମନ୍ତ୍ରୀ

ଭୁବନେଶ୍ୱର,୧୫/୦୫: ରାଜ୍ୟରେ ତୈଳ ସଙ୍କଟ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଜାତୀୟ କ୍ରାଇସିସ । ତୈଳ ଆମେ ଆମଦାନୀ କରୁଛୁ । ଯେତବେଳେ ତୈଳ ସଙ୍କଟ ହେବ ସମସ୍ତ କଥା ଆସେ । ସମସ୍ତ ଦେଶ ଏକାଠି ହେଇ ଲଢ଼େଇ କରିବାକୁ ପଡ଼ିବ । ଆଗାମୀ ଦିନରେ ଭାରତର ଅର୍ଥନୀତିକୁ ସଠିକ ଭାବରେ ଚଳାଇବା ପାଇଁ ପ୍ରଧାନମନ୍ତ୍ରୀ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା ଲୋକଙ୍କ ଆଗରେ ରଖିଛନ୍ତି । କଷ୍ଟ ସତ୍ତ୍ବେ ବି ଲୋକେ ଗ୍ରହଣ କରୁଛନ୍ତି । କିଛି ଲୋକେ ପାମ୍ପଡ଼ ମଧ୍ୟ ବେଲୁଛନ୍ତି । କ୍ରାଇସିସକୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ତୈଳ ମିଳୁଛି ଯାହା ଆମ ଦରକାର ଅନୁଯାୟୀ ପର୍ଯ୍ୟାପ୍ତ ନୁହେଁ । ଅନ୍ୟ ଦେଶ ଏହି ଅସୁବିଧାକୁ ଭୋଗିଛନ୍ତି । ଭାରତ ତାର ଆଗୁଆ ଯୋଜନାରୁ ଏଭଳି ସ୍ଥିତି ସୃଷ୍ଟି ହୋଇନି । ସପ୍ଲାଇ ଚେନ ପାଇଁ ଏମିତି ହୋଇଛି । ସମସ୍ତେ ଏକାଠି ହୋଇ ଲଢ଼ିବା ।

Leave a Reply

Your email address will not be published. Required fields are marked *