ନୂଆଦିଲ୍ଲୀ,୧୪/୦୫: ତୈଳ ସଙ୍କଟ ଭିତରେ ଦିଲ୍ଲୀ ସରକାର ବଡ଼ ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ଦୁଇ ଦିନ ୱର୍କ ଫ୍ରମ୍ ହୋମ୍ ବାଧ୍ୟତାମୂଳକ । ଘରୋଇ କମ୍ପାନିକୁ ବି ଦୁଇ ଦିନ ଘରୁ କାମ କରିବାକୁ ଦେଲେ ପରାମର୍ଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୈଳ ସଂରକ୍ଷଣ ଆହ୍ୱାନ କ୍ରମେ ଦିଲ୍ଲୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ୨ ଦିନ ୱାର୍କ ଫ୍ରମ୍ ହୋମ୍ ବାଧ୍ୟତାମୂଳକ କରିଛନ୍ତି । ପଶ୍ଚିମ ଏସିଆ ସଙ୍କଟ କାରଣରୁ ଦେଶରେ ଉପୁଜିଥିବା ଶକ୍ତି ସଙ୍କଟ ଓ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ନୂତନ ନିୟମାବଳୀ ଘୋଷଣା କରିଛନ୍ତି । ସରକାରୀ କର୍ମଚାରୀମାନେ ସପ୍ତାହରେ ଦୁଇ ଦିନ ଘରୁ କାମ କରିବେ । ଘରୋଇ ସଂସ୍ଥାଗୁଡ଼ିକୁ ମଧ୍ୟ ସପ୍ତାହରେ ୨ ଦିନ ୱର୍କ ଫ୍ରମ୍ ହୋମ୍ ଲାଗୁ କରିବାକୁ ଆଡଭାଇଜରୀ ଜାରି କରାଯାଇଛି । ଏହାର ତଦାରଖ ଶ୍ରମ ବିଭାଗ କରିବ ।