ନୂଆଦିଲ୍ଲୀ,୧୨/୦୫: ପଶ୍ଚିମବଙ୍ଗ ସରକାର ଅଭିଷେକ ବାନାର୍ଜୀଙ୍କ ‘ଜେଡ୍ ପ୍ଲସ୍’ ସୁରକ୍ଷା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅନୁଯାୟୀ ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ଆଉ ଅତିରିକ୍ତ ସୁରକ୍ଷା ଏବଂ ସ୍ୱତନ୍ତ୍ର ପାଇଲଟ୍ କାର ସୁବିଧା ପାଇବେ ନାହିଁ । ସୂଚନାଯୋଗ୍ୟ, ଅଭିଷେକ ବାନାର୍ଜୀ ୧୦ ବର୍ଷରୁ ଅଧିକ ସମୟ ଧରି ଜେଡ୍ ପ୍ଲସ୍ ସୁରକ୍ଷା ପାଉଥିଲେ । କିନ୍ତୁ ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ହେବା ପରେ ତାଙ୍କ ସୁରକ୍ଷା ହ୍ରାସ ପାଇବା ଆରମ୍ଭ ହୋଇଛି। ଏବେ ନୂତନ ରାଜ୍ୟ ସରକାର ତାଙ୍କର ‘ଜେଡ୍ ପ୍ଲସ୍’ ସୁରକ୍ଷାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।