ନୂଆଦିଲ୍ଲୀ, ୦୪/୦୩: ବହୁ ପ୍ରତୀକ୍ଷିତ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷଣା କରାଯିବ। ଗୁଜରାଟର ଉମରେଠୀ ଏବଂ ମହାରାଷ୍ଟ୍ରର ବାରାମତୀ ଉପନିର୍ବାଚନ ଫଳାଫଳ ମଧ୍ୟ ଆଜି ଘୋଷଣା କରାଯିବ। ଏଥି ପାଇଁ ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣନା କରାଯାଉଛି। ପୋଷ୍ଟାଲ ବାଲଟ୍ ଗଣତି ସରିବା ପରେ ଇଭିଏମ୍ଗୁଡ଼ିକ ଖୋଲାଯିବ। ଏହି ଫଳାଫଳ କେବଳ ସମ୍ପୃକ୍ତ ରାଜ୍ୟ ନୁହେଁ ବରଂ ଜାତୀୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ପୁଡୁଚେରୀ ବ୍ୟତୀତ ବାକି ଚାରୋଟି ରାଜ୍ୟର ଫଳାଫଳକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।ଆଜି ମହାଲଢ଼େଇର ମହାଫଳାଫଳ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଖୋଲିବ ପେଡ଼ି ।