ସୁନ୍ଦରଗଡ଼ରେ ନାମଯଜ୍ଞ ଚାଲିଥିଲା ବେଳେ ଭୁଷୁଡ଼ିଲା କାନ୍ଥ, ୧୬ ଆହତ

ଭୁବନେଶ୍ୱର,୦୩/୦୫: ସୁନ୍ଦରଗଡ଼ ବଣାଇଁ ଥାନା ବାନେଇକେଲା ଗାଁରେ ଘଟିଛି ଅଘଟଣ । ନାମଯଜ୍ଞ ଚାଲିଥିଲା ବେଳେ ଭୁଷୁଡ଼ିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ୧୬ ଆହତ, ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତକାଲି ମଧ୍ୟ ରାତ୍ରିରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲୁଥିବାବେଳେ କାନ୍ଥ ପଡ଼ି ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । ଗ୍ରାମର ଯୁବକମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟମାନେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ତାଙ୍କର ଚିକିତ୍ସା ଚାଲିଛି । ଗୁରୁତରଙ୍କ ମଧ୍ୟରେ ବନେଇକଳା ଗ୍ରାମର ୮ ଜଣ ମହିଳା ଜଣେ ୭ ବର୍ଷର ଶିଶୁ ରହିଛନ୍ତି ।