ଏହା ପଶ୍ଚିମବଙ୍ଗର ପରିଚୟ ଓ ସମ୍ମାନର ବିଷୟ; ଗଣତନ୍ତ୍ରର ସୁରକ୍ଷା ପାଇଁ ପୂରା ପଶ୍ଚିମବଙ୍ଗ ବିଜେପିକୁ ଉଚିତ ଜବାବ ଦେବ : କେଜ୍ରିୱାଲ

ନୂଆଦିଲ୍ଲୀ,୨୬/୦୪: ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଆଜି ପଶ୍ଚିମବଙ୍ଗରେ ଟିଏମ୍‌ସି ପାଇଁ ନିର୍ବାଚନ ପ୍ରଚାର କରି ବିଜେପିକୁ ଜୋରାଦାର ସମାଲୋଚନା କରିଛନ୍ତି। ପଶ୍ଚିମବଙ୍ଗରେ ଆସନ୍ତା ୨୯ ତାରିଖରେ ମତଦାନ ହେବାକୁ ଥିବାବେଳେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।ଉତ୍ତର କୋଲକାତାର ବେଲିଆଘାଟାଠାରେ ତୃଣମୂଳ କଂଗ୍ରେସ ପାଇଁ ନିର୍ବାଚନ ପ୍ରଚାର କରି କେଜ୍ରିୱାଲ କହିଛନ୍ତି, ମୁଁ ତୁମମାନଙ୍କୁ ଭେଟିବାକୁ ଦିଲ୍ଲୀରୁ ଆସିଛି। ଏହା କୌଣସି ସାଧାରଣ ନିର୍ବାଚନ ନୁହେଁ, ଏହା ଦେଶ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବାର ନିର୍ବାଚନ। ବିଜେପି ତା’ର ସମସ୍ତ ବଳ ପଶ୍ଚିମବଙ୍ଗରେ ଲଗାଇଛି। ଏହା ପଶ୍ଚିମବଙ୍ଗର ପରିଚୟ ଓ ସମ୍ମାନର ବିଷୟ। ଗଣତନ୍ତ୍ରର ସୁରକ୍ଷା ପାଇଁ ପୂରା ପଶ୍ଚିମବଙ୍ଗ ବିଜେପି, ଅମିତ ଶାହ ଓ ମୋଦୀଙ୍କୁ ଉଚିତ ଜବାବ ଦେବ। ସେମାନଙ୍କର ବଡ଼ ପରାଜୟ ଘଟିବ ବୋଲି କେଜ୍ରିୱାଲ କହିଛନ୍ତି।