ନୂଆଦିଲ୍ଲୀ,୨୨/୦୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଓ ୨୯ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୫୨ଟି ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ ହିଁ ବହୁ ଗୁରୁତ୍ୱପୂର୍ଣ୍ଣ ଆସନରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ମତଦାନ ହିଁ ସ୍ଥିର କରିବ ରାଜ୍ୟ ନିର୍ବାଚନ କାହା ସମର୍ଥନରେ ଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚରେ ରାଜ୍ୟର ସୀମାକୁ ଲାଗିଥିବା ନିର୍ବାଚନମଣ୍ଡଳୀରେ ହେବାକୁ ଅଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲିଠାରୁ ପ୍ରଚାର ଶେଷ ହୋଇଥିବାବେଳେ ଏବେ ସଭିଙ୍କ ନଜର ମତଦାତାଙ୍କ ଉପରେ ରହିଛି । ଓଡ଼ିଶାରେ ଥିବା ବଙ୍ଗୀୟ ଭୋଟରଙ୍କ ଉପରେ ସବୁଦଳରର ଆଖି। ଭୋଟ ଦେବା ପାଇଁ ହେଲେ ରାଜ୍ୟମୁହାଁ ପଶ୍ଚିମବଙ୍ଗ ଭୋଟର। ମତଦାତା ବି ମତଦାନ କରିବା ପାଇଁ ବେଶ ଉତ୍ସାହୀ ଥିବା ଦେଖିବାକୁ ମିଳିଛି । ଓଡ଼ିଶାରେ ଭିନ୍ନ ଭିନ୍ନ କାମ କରୁଥିବା ଲୋକେ ଭୋଟ ଦେବା ପାଇଁ ପଶ୍ଚିମବଙ୍ଗ ବାହାରିଛନ୍ତି।