ନୂଆଦିଲ୍ଲୀ,୧୩/୦୪: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ସେନସେକ୍ସ ୧୬୦୦ ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟି ୪୦୦ ପଏଣ୍ଟ ହ୍ରାସ ପାଇଛି । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ ମାର୍ଗ ହର୍ମୁଜକୁ ବ୍ଲକ କରିବାକୁ ଭଭୟ ଇରାନ ଓ ଆମେରିକା ଧମକ ଦେବା ପରେ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଯୁଦ୍ଧବିରତି ଘୋଷଣା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଇସଲାମାବାଦରେ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ବିଫଳ ହେବା ପରେ ସେୟାର ମାର୍କେଟ ପୁଣି ହ୍ରାସ ଘଟିଛି । ଆଜି ବିଏସ୍ଇ ସେନ୍ସେକ୍ସ ୭୬ ହଜାର ୧୩୪ ଦଶମିକ ୩୨ ପଏଣ୍ଟ ଖୋଲିଥିବା ବେଳେ ନିଫ୍ଟି୫୦ ୨୩ ହଜାର ୫୭୧ ଦଶମିକ ୧୫ ପଏଣ୍ଟ ଖୋଲିଥିଲା । ଯୁଦ୍ଧବିରତି ଯୋଗୁ କ୍ରୁଡ ଅଏଲ ଦର ବ୍ୟାରେଲ ପିଛା ୧୦୦ ଡଲାର ତଳକୁ ଖସିଥିବା ବେଳେ ପରେ ପୁଣି ଦର ୧୦୦ ଟପିଛି । କ୍ରୁଡ୍ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୧ ଦଶମିକ ୮୬ ଡଲାର ଛୁଇଁଛି।