ନୂଆଦିଲ୍ଲୀ,୦୬/୦୪: ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି। ଇରାନର ସବୁଠାରୁ ଶକ୍ତିଶାଳୀ ଏବଂ ଅଭିଜିତ ସାମରିକ ବାହିନୀ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି) କହିଛି ଯେ, ଆମେରିକା-ଇସ୍ରାଏଲୀ ଆକ୍ରମଣରେ ଏହାର ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ ଘଟିଛି । ଆଇଆର୍ଜିସି ନିଜର ଟେଲିଗ୍ରାମ ଚ୍ୟାନେଲରେ ଏକ ପୋଷ୍ଟରେ କହିଛି, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ଗୁପ୍ତଚର ସଂଗଠନର ଶକ୍ତିଶାଳୀ ଏବଂ ଶିକ୍ଷିତ ମୁଖ୍ୟ ମେଜର ଜେନେରାଲ ମାଜିଦ୍ ଖାଦେମି ଆମେରିକା-ଜୟୋନିଷ୍ଟ ଶତ୍ରୁ ଦ୍ୱାରା ଏକ ଆକ୍ରମଣରେ ସହିଦ ହୋଇଛନ୍ତି । ସୋମବାର ଦିନ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ ମୃତକଙ୍କ ମଧ୍ୟରେ ଆଇଆର୍ଜିସି ଗୁପ୍ତଚର ମୁଖ୍ୟ ମେଜର ଜେନେରାଲ ମାଜିଦ ଖାଦେମି ମଧ୍ୟ ଅଛନ୍ତି ।