ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ ଗିରଫ

ନୂଆଦିଲ୍ଲୀ,୨୮/୦୩: ନେପାଳରେ ନୂଆ ସରକାର ଗଠନ ହେବା ମାତ୍ରେ ରାଜନୈତିକ ବାତାବରଣ ସରଗରମ ହୋଇଛି । ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ନେତୃତ୍ୱରେ ଗଠିତ ସରକାର ଶପଥ ଗ୍ରହଣ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକଙ୍କୁ ଗିରଫ କରିଛନ୍ତି।ଜେନ-ଜି’ ବିକ୍ଷୋଭ ସମୟରେ ଛାତ୍ରମାନଙ୍କ ମୃତ୍ୟୁ ଘଟଣାରେ ଏହି ଦୁଇ ନେତାଙ୍କୁ ଦାୟୀ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବାଲେନ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନଙ୍କ ରିପୋର୍ଟକୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ବିକ୍ଷୋଭ ସମୟରେ ନିରୀହ ଛାତ୍ରଙ୍କ ଉପରକୁ ଗୁଳି ଚଳାଯାଇଥିଲା, ଯେଉଁଥିରେ ଅନେକ ଛାତ୍ରଙ୍କ ଜୀବନ ଯାଇଥିଲା।