ନୂଆଦିଲ୍ଲୀ,୨୩/୦୩: ପଶ୍ଚିମ ଏସିଆ ଯୁଦ୍ଧ ସାରା ବିଶ୍ୱ ପାଇଁ ଚିନ୍ତାଜନକ । ଏଥିପାଇଁ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି । ଲୋକସଭାରେ ନିଜ ଅଭିଭାଷଣ ରଖି କିଛି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିସହ ଯୁଦ୍ଧ ପାଇଁ ଯେଉଁ ଗ୍ୟାସ ଓ ତେଲ ସଂକଟ ଆଶଙ୍କା ରହିଛି, ତାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଚେଷ୍ଟା ଜାରି ରଖିଥିବା ସଂସଦରେ କହିଛନ୍ତି ପ୍ରଧାନମନ୍ତ୍ରୀ ।ପଶ୍ଚିମ ଏସିଆରେ ଜାରି ରହିଥିବା ମହାଯୁଦ୍ଧକୁ ନେଇ ସଂସଦରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସୋମବାର ଲୋକସଭାକୁ ସମ୍ବୋଧନ କରି ମୋଦୀ କହିଛନ୍ତି, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଭାବିତ ହେଉଛି ବିଶ୍ୱ ଅର୍ଥନୀତି । ଭାରତ ସମେତ ବିଶ୍ୱର ବହୁ ଦେଶରେ ଏଲପିଜି ଓ ତେଲ ସଂକଟ ବଢ଼ିବାରେ ଲାଗିଛି । କିନ୍ତୁ ଭାରତରେ ଯେପରି ତେଲ ଓ ଗ୍ୟାସ ସଂକଟ ସୃଷ୍ଟି ନହେବ ସେଥିପାଇଁ ଚେଷ୍ଟା କରାଯାଉଛି । ଭାରତ ପୂର୍ବରୁ ୨୭ଟି ଦେଶରୁ ତେଲ ଓ ଗ୍ୟାସ ଆମଦାନୀ କରୁଥିଲା । ମାତ୍ର ବର୍ତ୍ତମାନ ୪୧ଟି ଦେଶରୁ ଶକ୍ତି ସମ୍ପଦ ଆମଦାନୀ କରାଯାଉଛି ।