ଭୁବନେଶ୍ୱର, ୨୨/୦୩: ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରେ ବିଜେଡି ଛାଡୁଛନ୍ତି ଅଞ୍ଚଳର ବହୁ ନେତା ଓ କର୍ମୀ। ଗତକାଲି ବସ୍ତା ବିଧାୟିକା ସୁବାସିନି ଜେନାଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଗତକାଲି ବସ୍ତା ବିଜେଡି ସଭାପତି ଦଳରୁ ଇସ୍ତଫା ଦେଇଥିଲେ । ୨୧ ନଂ ଜୋନର ଜିଲ୍ଲାପରିଷଦ କାଞ୍ଚନ ଜେନା, ୧୭ନଂ ଜୋନର ଜିଲ୍ଲାପରିଷଦ ସୁଜାତି ରାଣି ଦଣ୍ଡପାଟ, ବସ୍ତା ବିଜେଡି ମହିଳା ସଭାପତି ଲିପିକା ରାଉଳ, ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ ଙ୍କ ସମେତ ବହୁ ସରପଞ୍ଚ , ସମିତି ସଭ୍ୟ, ଛାତ୍ର ସଭାପତି ଦଳ ଛାଡ଼ିଛନ୍ତି । ଆଜି ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱର ସ୍ଥିତ ବାସଭବନରେ ବିରାଟ ମେଳି ଦେଖିବାକୁ ମିଳିଛି ।