ଇସ୍ରାଏଲର ଶିମୋନ ପେରେସ୍ ନେଗେଭ୍ ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର ଉପରେ ଇରାନର ଆକ୍ରମଣ

ନୂଆଦିଲ୍ଲୀ, ୨୨/୦୬: ଇସ୍ରାଏଲର ଡିମୋନା ସହରକୁ ଟାର୍ଗେଟ । ଇରାନର ମୁଖ୍ୟ ଟାର୍ଗେଟରେ ଏଠାରେ ଥିବା ‘ଶିମୋନ ପେରେସ୍ ନେଗେଭ୍ ନ୍ୟୁକ୍ଲିୟର ରିସର୍ଚ୍ଚ ସେଣ୍ଟର’ ଥିଲା । ଯାହା ଉପରେ ଇରାନ ଆକ୍ରମଣ କରିବା ପରେ ସେଠାରେ ସବୁ କିଛି ନଷ୍ଟ ହେଇଯାଇଛି । ବାଲିଷ୍ଟିକ୍ ମିସାଇଲ୍ ମାଡ଼ ଯୋଗୁଁ ଅନେକ ଘର ଧ୍ୱଂସ ହୋଇଯାଇଛି।ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିଛି । ଶନିବାର ଇରାନର ନାତାଞ୍ଜ ପରମାଣୁ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆଜି ଇରାନ ପକ୍ଷରୁ ଇସ୍ରାଏଲର ଦକ୍ଷିଣ ସହର ଡିମୋନା ଏବଂ ଅରାଦ ଉପରେ ପ୍ରବଳ ମିସାଇଲ୍ ମାଡ଼ କରାଯାଇଛି ।ଇସ୍ରାଏଲର ଜରୁରୀକାଳୀନ ସେବା ‘ମ୍ୟାଗେନ୍ ଡେଭିଡ୍ ଆଡୋମ’ ଅନୁଯାୟୀ, ଏହି ଆକ୍ରମଣରେଇସ୍ରାଏଲର ‘ଲିଟିଲ୍ ଇଣ୍ଡିଆ’ ଉପରେ ଇରାନର ଭୟଙ୍କର ଆକ୍ରମଣ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅରାଦ ସହରରେ ୮୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି।