ଭୁବନେଶ୍ୱର,୨୧/୦୩: ବିଜେଡିରୁ ୬ ବିଧାୟକ ନିଲମ୍ବିତ । ବିଜେଡି ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକ ବଡ଼ ସୂଚନା ଦେଇଛନ୍ତି । ପ୍ରମିଳା କହିଲେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ କୁହାଯିବ । ବିଜେଡି ଆଇନଗତ ଲଢେଇ ଲଢ଼ିବ । ଅବୖଧ ଭୋଟ୍ ଗଣନା କରାଯାଇଛି । ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ତା ଭିତରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ପୂର୍ବରୁ ନିଲମ୍ବିତ ହୋଇସାରିଛନ୍ତି । ଏବେ ୬ ଜଣ ବିଧାୟକ ହେଲେ ଦେବୀ ରଞ୍ଜନ ତ୍ରିପାଠୀ, ରମାକାନ୍ତ ଭୋଇ, ସୌଭିକ ବିଶ୍ୱାଳ, ନବକିଶୋର ମଲ୍ଲିକ, ଚକ୍ରମଣି କଅଁର ଏବଂ ସୁବାସିନୀ ଜେନାଙ୍କୁ ନିଲମ୍ବିତ କରାଯାଇଛି ।