ନୂଆଦିଲ୍ଲୀ,୨୬/୦୨: ମାଡ଼ିଆସୁଛି ବଡ଼ ଘୁର୍ଣ୍ଣିଝଡ଼ ହୋରାସିଓ । ପବନର ବେଗ ଘଣ୍ଟାପ୍ରତି ରହିବ ୨୫୦ରୁ ୨୬୦ କିଲୋମିଟର । ଏହାକୁ କାଟାଗୋରି ୫ ବାତ୍ୟା ଏବଂ ସବୁଠୁ ଶକ୍ତିଶାଳୀ ଝଡ଼ ବୋଲି ଚିହ୍ନଟ କରାଯାଇଛି ।
ପାଣିପାଗ ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ’ହୋରାସିଓ’ରେ ପବନର ବେଗ ସୁବୁଠୁ ଅଧିକ ରହିବ । ପବନର ବେଗ ୨୫୦ରୁ ୨୬୦ କିଲୋମିଟର ପ୍ରତି ଘଣ୍ଟା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ଭାରତୀୟ ମହାସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ଼ ଭୟଙ୍କର ରୂପ ଧାରଣ କରିଛି । ଏହା ମୋରିସସ୍ ଓ ରୋଡ୍ରିକ୍ସ ଦୀପ ଅଞ୍ଚଳର ପୂର୍ବ ଉତ୍ତର ଦିଗରେ ସବୁଦ୍ର ମଧ୍ୟରେ ସକ୍ରିୟ ହୋଇଛି ।