ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬/୦୨: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ । ଖାଲି ହେଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଆଜିଠୁ ମାର୍ଚ୍ଚ ୫ ତାରିଖ ଯାଏଁ ନାମାଙ୍କନ ଦାଖଲ କରିପାରେବି ପ୍ରାର୍ଥୀ । ମାର୍ଚ୍ଚ ୬ରେ ନାମାଙ୍କନ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ମାର୍ଚ୍ଚ ୧୬ରେ ପଡ଼ିବ ରାଜ୍ୟସଭା ଭୋଟ । ତେବେ ପ୍ରାର୍ଥୀଙ୍କୁ ନେଇ ସ୍ପଷ୍ଟ କରୁନାହାନ୍ତି କୌଣସି ଦଳ। ରାଜ୍ୟସଭା ରେସ୍‌ରେ ଥିବା ଚେହେରାଙ୍କୁ ନେଇ ଏପଟେ ଚର୍ଚ୍ଚା ଜୋର୍, ସେପଟେ ୩ ପ୍ରମୁଖ ଦଳକୁ ଘାରିଛି ବିଭାଜନ ଭୟ । ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ୩ଟି ଯାକ ଦଳ ନିଜର ପ୍ରାର୍ଥୀ ନିଷ୍ପତ୍ତିକୁ ନେଇ ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି । ଗୋଟିଏ ପଟେ ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ସରଗରମ ଚର୍ଚ୍ଚା ହେଉଥିବା ବେଳେ, ଅନ୍ୟପଟେ ଦଳ ଭିତରେ ବି ଚାଲିଛି ଛକାପଞ୍ଜା । କିଏ ଆସନ ହାତେଇବ, ତାକୁ ନେଇ ଚାଲିଛି ରିତିମତ କସରତ । ନିଜର ସମର୍ଥକଙ୍କ ସହ ଲବିରେ ମାତିଛନ୍ତି ସମସ୍ତ ଆଶାୟୀ ।

Leave a Reply

Your email address will not be published. Required fields are marked *