ଭୁବନେଶ୍ୱର,୨୨/୦୨: କଂଗ୍ରେସ ଦଳକୁ ବଡ଼ ଝଟ୍କା ଲାଗିଛି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ଭୂପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବରେ ବିଜେପିରେ ଯୋଗ ଦେଇଛନ୍ତି । ଗୁଆହାଟୀରେ ଏକ କାର୍ଯ୍ୟକ୍ରମ ସେ କଂଗ୍ରେସ ସହ ଥିବା ୩୨ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।
ଏପିସିସିର ପୂର୍ବତନ ଅଧ୍ୟକ୍ଷ ଭୂପେନ ବିଜେପିରେ ଯୋଗଦେବା ପରେ ଆସାମ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ବିଜେପି ରାଜ୍ୟ ସଭାପତି ଦିଲୀପ ସାଇକିଆ, ସାଂସଦ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆଙ୍କ ସମେତ ଅନେକ ବରିଷ୍ଠ ନେତା ଗୁଆହାଟୀରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।