ଭୁବନେଶ୍ବରରେ ଉଦଘାଟିତ ହେଲା ୨ ଦିନିଆ ଏସସି ଏସଟି ସମ୍ମିଳନୀ

ଭୁବନେଶ୍ୱର,୨୯/୦୮: ଭୁବନେଶ୍ବରରେ ଉଦଘାଟିତ ହେଲା ୨ ଦିନିଆ ଏସସି ଏସଟି ସମ୍ମିଳନୀ । ଲୋକସେବା ଭବନର କନଭେନସନରେ ଉଦଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ସେ କହିଲେ, ଦେଶକୁ ଆଗକୁ ବଢ଼ିବାକୁ ହେଲେ ପଛୁଆ ବର୍ଗଙ୍କ ଉନ୍ନତି ଜରୁରି । ଆଜିର ସମୟରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନେତୃତ୍ବ ନେଉଛନ୍ତି ଏସସି-ଏସଟି । ଗାଁରୁ ଆଦିବାସୀ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ହୋଇପାରୁଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ’ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ଘରକୁ ଯିବା ଏକ ଫ୍ୟାସନ କିନ୍ତୁ ମୁଁ ଆଦିବାସୀ ପରିବାରରେ ଜନ୍ମ । ମୁଁ ସେଇ ବର୍ଗରୁ ଆସିଥିବାରୁ ସବୁ ସମସ୍ୟା ବିଷୟରେ ଅବଗତ। ଜନଜାତିଙ୍କ ବିକାଶ ନହେଲେ ଓଡିଶା ବିକାଶ ହେବନାହିଁ । ଆଦିବାସୀଙ୍କ ପାଇଁ forest processing ୟୁନିଟ୍ କରିବେ ସରକାର, ମିଲେଟ ମିଶନକୁ ସରକାର ଜୋର୍ ଦେଇଥିବାରୁ ଅଧତ୍କ ଫାଇଦା ଆଦିବାସୀ ପାଇଛନ୍ତି । ୧୫ ଏକଲବ୍ୟ ମଡେଲ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବା ବେଳେ ୫ଲକ୍ଷ ପିଲା ହଷ୍ଟେଲ ରହି ପାଠ ପଢୁଛନ୍ତି । ସମସ୍ତ ଜନଜାତି ଭାଷାରେ ଶିକ୍ଷାଦାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ଆଦିବାସୀ ସାନ୍ତାଳି ଭାଷାରେ ପଢ଼ାଯିବା ପାଇଁ ବହି ଛପା ଯାଇଛି’ ।