ହରିଦ୍ବାର ମନସା ଦେବୀ ଦଳାଚକଟା ଘଟଣା, ୮ମୃତ

ନୂଆଦିଲ୍ଲୀ,୨୭/୦୭: ହରିଦ୍ବାର ମନସା ଦେବୀ ଦଳାଚକଟା ଘଟଣାର ୮ଜଣଙ୍କ ମୃତ୍ୟୁ ସହ ୨୫ରୁ ଅଧିକ ଆହାତ ହୋଇଛନ୍ତି । ହରିଦ୍ୱାରର ମନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟିଥିଲା । ରବିବାର ସକାଳେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ପ୍ରଶାସନ ଘଟଣାର ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଦଳାଚକଟାରେ ୨୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଆହତଙ୍କୁ ମେଡିକାଲ ନେଇଛି । ପ୍ରତିବର୍ଷ ଶ୍ରାବଣ ମାସରେ ମାନସା ଦେବୀ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ଏଥର ଅଧିକ ଭିଡ଼ ହେବାରୁ ଦଳାଚକଟା ସ୍ଥିତି ଉପୁଜିଥିବା ସୂଚନା ମଳିଛି ।