ମହାରାଷ୍ଟ୍ରର ଅମରାବତୀରେ ଭୟଙ୍କର ସଡକ ଦୁର୍ଘଟଣା, ୭ ମୃତ

ନୂଆଦିଲ୍ଲୀ,୦୨/୧୦: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍ ଓ ଟେମ୍ପୋ ପିକଅପ୍ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୧୯ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବୁଲଢାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସେଗାଁରୁ ଏକ ଦୁର୍ଗା ମୂର୍ତ୍ତି ନେଇ ଟେମ୍ପୋ ପିକଅପ୍ ଭ୍ୟାନ୍‌ଟି ୱାର୍ଦ୍ଧା ଅଭିମୁଖେ ଫେରୁଥିଲା । ଧାମନଗାଁ ରେଳବାଇ ଷ୍ଟେସନ୍ ନିକଟରେ ଏହି ସମୟରେ ଏକ ଦ୍ରୁତଗାମୀ ଟ୍ରକ୍ ସହ ଟେମ୍ପୋର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଟେମ୍ପୋଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ଓ ରେଳବାଇ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

 

Leave a Reply

Your email address will not be published. Required fields are marked *