ଓମଫେଡ୍ କ୍ଷୀର ଦର ବୃଦ୍ଧି, ଅକ୍ଟୋବର ୪ରୁ ଲାଗୁ ହେବ ଏହି ନୂଆ ଦର

ଭୁବନେଶ୍ୱର,୨/୧୦: ଆଗାମୀ ଅକ୍ଟୋବର ୪ ତାରିଖରୁ ଓମଫେଡ୍ କ୍ଷୀର ଦର ବୃଦ୍ଧି ହେବ। ଲିଟର ପିଛା ଓମଫେଡ୍ କ୍ଷୀର ଦର ୨ରୁ ୪ଟଙ୍କା ଯାଏ ବଢ଼ିବ। ମିଳିଥିବା ସୂଚନା ଅନୁଯାୟୀ, ଟୋନ୍ଡ୍ ମିଲ୍କର ମୂଲ୍ୟ ଲିଟର ପିଛା ୪ ଟଙ୍କା ବୃଦ୍ଧି ହେବ। ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କା ପ୍ରତି ଲିଟର ହେବ। ୫୦୦ ମିଲିଲିଟର ଟୋନ୍ଡ୍ ମିଲ୍କ ପ୍ୟାକେଟ୍‌ର ଦାମ୍ ୨ ଟଙ୍କା ବଢ଼ିବ। ଗୋଲ୍ଡ ପ୍ଲସ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ । ପ୍ରିମିୟମ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ଏହାର ମୂଲ୍ୟ ୫୮ ଟଙ୍କାରୁ ବଢ଼ି ୬୦ ଟଙ୍କା ପ୍ରତି ଲିଟର ହେବ। ଏଣେ ଗୋଲ୍ଡ ପ୍ଲସ୍ ମିଲ୍କ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ। ଏହାର ଦର ୬୪ ଟଙ୍କାରୁ ବଢ଼ି ୬୬ ଟଙ୍କା ପ୍ରତି ଲିଟର ହେବ।

Leave a Reply

Your email address will not be published. Required fields are marked *