ହିମାଚଳ ପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ଟାଟା ସୁମୋ ଉପରେ ହଠାତ୍ ପାହାଡ଼ରୁ ପଥର ପଡିଯିବାରୁ ୧୩ମୃତ

ଭୁବନେଶ୍ୱର,୨୪/୦୭: ହିମାଚଳ ପ୍ରଦେଶର ଚମ୍ବା ଓ ଲାହୌଲ-ସ୍ପିତି ଜିଲ୍ଲା ସୀମାରେ ଘଟିଛି ଭୟଙ୍କର ଦୁର୍ଘଟଣା । ପାଙ୍ଗି-ଉଦୟପୁର ସଡ଼କର କଡୁ ନାଳା ନିକଟରେ ଯାଉଥିବା ଏକ ଟାଟା ସୁମୋ ଉପରେ ହଠାତ୍ ପାହାଡ଼ରୁ ବଡ଼ ବଡ଼ ପଥର ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୬ ମାସର ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଲାହୌଲ-ସ୍ପିତି ପୁଲିସ ଅଧୀକ୍ଷକ ଶିବାନୀ ମେହଲାଙ୍କ ସୂଚନା ଅନୁସାରେ, HP-01M-2210 ନମ୍ବର ବିଶିଷ୍ଟ ଗାଡ଼ିଟି ଉପରେ ପାହାଡ଼ରୁ ପଥର ଖସିପଡ଼ିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ମୃତକଙ୍କ ମଧ୍ୟରେ ଗାଡ଼ି ଚାଳକ ବୀର ସିଂହ ମଧ୍ୟ ରହିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ସମସ୍ତ ମୃତକ ଚମ୍ବା ଜିଲ୍ଲାର ପାଙ୍ଗି ଘାଟି ଅଞ୍ଚଳର ବାସିନ୍ଦା ।ଘଟଣାସ୍ଥଳକୁ ବିଆରଓ, ସ୍ଥାନୀୟ ପୁଲିସ ଓ ଚମ୍ବା ପୁଲିସ ଟିମ୍ ପଠାଯାଇଛି ଏବଂ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *