ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ଅଭ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୨୧/୦୬: ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଦିଲ୍ଲୀରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଯୋଗ ଅଭ୍ୟାସ କରିଥିଲେ ।
ପଞ୍ଜାବର ଜଳନ୍ଧରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଯୋଗ ଦେଇଥିଲେ। ସେ ସେଠାରେ ଉପସ୍ଥିତ ଲୋକଙ୍କ ସହିତ ବିଭିନ୍ନ ଯୋଗ ଆସନ କରିଥିଲେ ଏବଂ ସମସ୍ତଙ୍କୁ ଯୋଗ ଦିବସର ଶୁଭକାମନା ଜଣାଇଥିଲେ।ସେହିପରି ଆସାମର ଗୌହାଟୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଭୟ ନେତା ସେଠାରେ ଉପସ୍ଥିତ ଲୋକଙ୍କ ସହିତ ବିଭିନ୍ନ ଯୋଗ ଆସନ କରିଥିଲେ। ମେଘାଳୟର ରାଜଧାନୀ ସିଲଂରେ ମଧ୍ୟ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଏକ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସେଠାରେ ଉପସ୍ଥିତ ଲୋକଙ୍କ ସହିତ ଯୋଗ କରିଥିଲେ।