ନିଟ୍ ପରୀକ୍ଷା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ, ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ଏମିତି କହିଲେ…

ଭୁବନେଶ୍ୱର,୨୧/୦୬:  ନିଟ୍ ପରୀକ୍ଷା ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ । ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ଆତଙ୍କ କିମ୍ବା ଚାପରେ ନୁହେଁ, ବରଂ ଆତ୍ମବିଶ୍ୱାସର ସହ ପରୀକ୍ଷା ଦିଅନ୍ତୁ । ବର୍ଷସାରା କରିଥିବା ପରିଶ୍ରମ ଉପରେ ଭରସା ରଖି ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପରୀକ୍ଷା ପରିଚାଳନା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ଏବଂ କୌଣସି ପ୍ରକାର ବାଧା କିମ୍ବା ଅବ୍ୟବସ୍ଥା ସୃଷ୍ଟି ହେବ ନାହିଁ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଏବଂ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ପୂର୍ଣ୍ଣ ଭରସା ରହିଥିବା ସେ କହିଛନ୍ତି ।ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା, ତ୍ରିସ୍ତରୀୟ ଯାଞ୍ଚ, ବାୟୋମେଟ୍ରିକ୍ ଭେରିଫିକେସନ୍, ସିସିଟିଭି ନଜରଦାରି ଏବଂ ଜାମର ବ୍ୟବସ୍ଥା କରାଯାଇଛି । ଶେଷରେ କେନ୍ଦ୍ରମନ୍ତ୍ରୀ ସମସ୍ତ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଛନ୍ତି, “ଚିନ୍ତାକୁ ପଛରେ ଛାଡ଼ନ୍ତୁ, ଆତ୍ମବିଶ୍ୱାସକୁ ସାଥୀ କରନ୍ତୁ ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତୁ ।”

Leave a Reply

Your email address will not be published. Required fields are marked *