ଭୁବନେଶ୍ୱର,୦୮/୦୭ : ଆସନ୍ତାକାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରି କରାଯାଇଛି । ଏୟାରପୋର୍ଟ ଛକରୁ ଓୟୁଏଟି ଛକ ଯାଏଁ କଟକଣା ଲାଗୁ ହୋଇଛି । ୧୦ଟା ୨୫ରୁ ୧୦ଟା ୪୫ ମିନିଟ୍ ଯାଏଁ ଲାଗୁ ରହିବ । ଲୋକସଭା ଭବନ, ପାୱାର ହାଉସ ଛକରେ ମଧ୍ୟ କଟକଣା ଜାରି ହୋଇଛି । ଦିନ ୩ଟା ୫୫ରେ ଜୟଦେବ ବିହାରରେ ମଧ୍ୟ ଯାତାୟତ କଟକଣା ଲାଗୁ ହେବ ।