ଓଡ଼ିଶାରେ ଉପରାଷ୍ଟ୍ରପତି, ବିଧାନସଭା ସଦସ୍ୟଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଲେ

ଭୁବନେଶ୍ୱର,୧୬/୧୧: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତିଙ୍କ ସମେତ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ସେ ସିଧାସଳଖ ମେଫେୟାର ହୋଟେଲ୍‌ରେ ପହଞ୍ଚିଥିଲେ। ସେଠାରେ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟପ୍ରଣାଳୀ, ସାଂସଦୀୟ ପରମ୍ପରା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯିବ । ପ୍ରଥମ ଅଧିବେଶନରେ ଉପରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ଉପସ୍ଥିତ ରହିବେ । ଏଥିସହ ବିଧାନସଭାର ବିଭିନ୍ନ କମିଟି ଓ ସେଗୁଡ଼ିକର କାର୍ଯ୍ୟଧାରା ସମ୍ପର୍କରେ ମଧ୍ୟ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । କେବଳ ସେତିକି ନୁହେଁ, ବଜେଟ୍ ଖର୍ଚ୍ଚ, ବ୍ୟୟ ଅନୁପାତ ଓ ଏଷ୍ଟିମେଟ୍ ଭଳି ଆର୍ଥିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ । ଏହାପରେ ଉପରାଷ୍ଟ୍ରପତି କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । ସେଠାରେ ନବନିର୍ମିତ ଆଇକନିକ୍ ଟାୱାର ଓ ଏକାଡେମିକ୍ ବିଲ୍ଡିଂର ଉଦ୍‌ଘାଟନ କରିବେ। ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Leave a Reply

Your email address will not be published. Required fields are marked *