ଭୁବନେଶ୍ୱର,୧୬/୧୧: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର । ଓଡ଼ିଶାରେ ଆଜି ପୁଣି ସୁନା ଦର ବଢ଼ିଛି । ଗତକାଲି ତୁଳନାରେ ଆଜି ସୁନା ଦାମ୍ କେତେ ବଢ଼ିଛି ଏବଂ ୨୪, ୨୨, ୧୮ ଓ ୧୪ କ୍ୟାରେଟ୍ ସୁନାର ଦର କେତେ ରହିଛି, ଆସନ୍ତୁ ଜାଣିବା ।
ଆଜି ଓଡ଼ିଶାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ମୂଲ୍ୟ ୧,୩୭,୬୨୦ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି ଯାହା ଗତକାଲି ୧,୩୭,୩୪୦ ଟଙ୍କା ଥିଲା। ଅର୍ଥାତ୍ ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ୍ ସୁନା ଦରରେ ୨୮୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ଓଡ଼ିଶାରେ ୧,୨୬,୧୫୦ ଟଙ୍କା ପ୍ରତି ୧୦ ଗ୍ରାମ୍ ରହିଛି। ଗତକାଲି ଏହାର ଦାମ୍ ୧,୨୫,୮୯୦ ଟଙ୍କା ଥିଲା। ଅର୍ଥାତ୍ ୨୬୦ ଟଙ୍କା ବଢ଼ିଛି । ଠିକ୍ ସେମିତି ୧୮ କ୍ୟାରେଟ୍ ସୁନାର ଦାମ୍ ୧,୦୩,୨୧୫ ଟଙ୍କା ପ୍ରତି ୧୦ ଗ୍ରାମ୍ ରେ ପହଞ୍ଚିଛି। ଯାହା ଗତକାଲି ୧,୦୩,୦୦୫ ଟଙ୍କା ଥିଲା, ଅର୍ଥାତ୍ ୧୮ କ୍ୟାରେଟ୍ ସୁନାରେ ୨୧୦ ଟଙ୍କା ବୃଦ୍ଧି ହୋଇଛି। କମ୍ ଓଜନର ଡିଜାଇନର୍ ଗହଣା ପାଇଁ ବ୍ୟବହୃତ ହେଉଥିବା ୧୪ କ୍ୟାରେଟ୍ ସୁନାର ଦାମ୍ ଆଜି ୮୦,୨୭୮ ଟଙ୍କା ପ୍ରତି ୧୦ ଗ୍ରାମ୍ ରହିଛି। ଗତକାଲି ଏହାର ଦାମ୍ ୮୦,୧୧୫ ଟଙ୍କା ଥିଲା ଅର୍ଥାତ୍ ଆଜି ଏଥିରେ ୧୬୩ ଟଙ୍କା ପ୍ରତି ୧୦ ଗ୍ରାମର ବୃଦ୍ଧି ଘଟିଛି।