ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡିର ଆସ୍ତରଣ: ଦିଶୁନି ରାସ୍ତାଘାଟ, ଗାଡି ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର,୨୨/୧୧: ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଏହା ସହ ଘନ କୁହୁଡ଼ି ଯୋଗୁଁ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି । ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକର ବିଭିନ୍ନ ଅଞ୍ଚଳରେ କୁହୁଡ଼ିର ମାତ୍ରା ଏତେ ଅଧିକ ରହିଛି ଯେ, ମାତ୍ର ୫୦ ମିଟର ଦୂରତା ମଧ୍ୟ ଠିକ୍ ଭାବେ ଦେଖାଯାଉନାହିଁ । ରାସ୍ତାଘାଟ ସବୁ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଇଛି । ଏହାର ପ୍ରଭାବ ସିଧାସଳଖ ଗାଡ଼ିମୋଟର ଚଳାଚଳ ଉପରେ ପଡ଼ିଛି । ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ପ୍ରମୁଖ ରାସ୍ତାଗୁଡ଼ିକରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ଆଶଙ୍କା ଥିବାରୁ ଗାଡ଼ି ଚାଳକମାନେ ହେଡଲାଇଟ୍ ଜଳାଇ ଅତି ସତର୍କତାର ସହ ଧୀର ଗତିରେ ଗାଡ଼ି ଚଳାଉଛନ୍ତି । ତେବେ ହଠାତ୍ ଘନ କୁହୁଡ଼ି ଯୋଗୁଁ ସକାଳୁ ସକାଳୁ ଯାତାୟାତ କରୁଥିବା ଲୋକେ ବେଶ୍ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେଣୁ କୁହୁଡ଼ି ସମୟରେ ଯାନବାହନ ଚଳାଇବା ବେଳେ ସତର୍କ ରହିବା ସହ ଧୀର ଗତିରେ ଗାଡ଼ି ଚଳାଇବା ଜରୁରୀ ।

Leave a Reply

Your email address will not be published. Required fields are marked *