ଏଣିକି ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ଦିଆଯାଇ ପାରିବନି ଏହି ଔଷଧ

ନୂଆଦିଲ୍ଲୀ,୨୨/୦୮: ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ୪ ବର୍ଷରୁ କମ୍ ବୟସର ପିଲାଙ୍କୁ କ୍ଲୋରଫେନିରାମାଇନ୍ ମାଲିଏଟ୍ ଓ ଫିନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ଥିବା ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ବା FDC ଔଷଧ ଦିଆଯିବ ନାହିଁ । ଆଜି କେନ୍ଦ୍ର ସରକାର ଏନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଦୁଇ ଉପାଦାନ ଥିବା ସମସ୍ତ ଔଷଧର ଲେବଲ୍, ପ୍ୟାକେଜ୍ ଇନସର୍ଟ ଓ ବିଜ୍ଞାପନରେ ୪ ବର୍ଷରୁ କମ୍ ପିଲାଙ୍କ ପାଇଁ ଔଷଧ ବ୍ୟବହାର ନକରିବାକୁ ସ୍ପଷ୍ଟ ଚେତାବନୀ ଦେବା ବାଧ୍ୟତାମୂଳକ କରାଯାଇଛି ।୨୦୨୫ ଏପ୍ରିଲ୍ ୧୫ରେ କେନ୍ଦ୍ର ସରକାର ଏହି ଦୁଇ ଉପାଦାନ ଥିବା କିଛି ନିର୍ଦ୍ଦିଷ୍ଟ ଏଫଡିସି ଉପରେ କଟକଣା ଲଗାଇଥିଲେ । ଏବେ ଏହାର ପରିସରକୁ ବଢ଼ାଇ ଏହି ଦୁଇ ଉପାଦାନ ଥିବା ସମସ୍ତ ଫର୍ମୁଲେସନ୍ ପାଇଁ ନିୟମ ଲାଗୁ କରାଯାଇଛି । ବିଶେଷଜ୍ଞ କମିଟି ଓ ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରୀ ବୋର୍ଡ ବା DTABର ସୁପାରିସ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଛୋଟ ପିଲାଙ୍କ ସର୍ଦ୍ଦି, କାଶ କିମ୍ବା ଅନ୍ୟ ସମସ୍ୟା ପାଇଁ ଅଭିଭାବକମାନେ ନିଜ ଇଚ୍ଛାରେ ଏଭଳି ଔଷଧ ନଦେବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *