ପାରାଦୀପ ମଝି ସମୁଦ୍ରରେ ବୁଡ଼ିଗଲା ପାନାମା ଦେଶର ଜାହାଜ

ଭୁବନେଶ୍ୱର,୨୨/୦୮: ପାରାଦୀପରେ ବଡ଼ ଅଘଟଣ । ମଝି ସମୁଦ୍ରରେ ବୁଡ଼ିଗଲା ପାନାମା ଦେଶର ଜାହାଜ । ଏଥିରେ ଥିଲେ ୨୪ ଜଣ କ୍ରୁ ମେମ୍ବର୍ସ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଚୀନ୍ ର ବୋଲି ଜଣାପଡ଼ିଛି । ଜାହାଜଟି ପାରାଦୀପରୁ ସିଙ୍ଗାପୁର ଯାଉଥିଲା । ଗତ ୨୦ ତାରିଖରେ ପାରାଦୀପରେ ପହଂଚିଥିଲା। ପାରାଦୀପରୁ ୨ଶହ ନଟିକାଲ୍ସ ମାଇଲ ଯିବାପରେ ବୁଡ଼ି ଯାଇଛି। ଆଇରନ୍ ଓର୍ ନେଇ ଯାଉଥିଲା ଜାହାଜ । ଓଡ଼ିଶା କୋଷ୍ଟ ଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ରହିଛି । ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *