ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ, ପ୍ରଶ୍ନ ପଚାରିବା ସହ ଛାତ୍ରଛାତ୍ରୀଙ୍କ ଉତ୍ତର ଶୁଣିଲେ

ଭୁବନେଶ୍ୱର,୦୫/୦୯: ଗୁରୁଦିବସରେ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ । ଶିକ୍ଷକଙ୍କୁ ସମ୍ମାନ ଦେବାର ଏହି ବିଶେଷ ଦିନରେ ଛାତ୍ରଛାତ୍ରୀଙ୍କ ଗହଣରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ବୋର୍ଡ ହାଇସ୍କୁଲରେ ଆୟୋଜିତ ଗୁରୁଦିବସ ସମାରୋହ-୨୦୨୬ରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କେବଳ ମଞ୍ଚରୁ ଭାଷଣ ଦେଇ ନଥିଲେ, ବରଂ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥା ହୋଇ ସେମାନଙ୍କ ମତାମତ ଜାଣିଥିଲେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପାଠପଢ଼ା, ଶିକ୍ଷା ଏବଂ ସେମାନଙ୍କ ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏତେ ନିକଟରୁ ଦେଖିବା ଏବଂ ତାଙ୍କ ସହ ସିଧାସଳଖ କଥା ହେବାର ସୁଯୋଗ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ । ଗୁରୁଦିବସ ଅବସରରେ ଆୟୋଜିତ ଏହି ସମାରୋହର ପ୍ରଶ୍ନ ପଚାରିବା ସହ ଛାତ୍ରଛାତ୍ରୀଙ୍କ ଉତ୍ତର ଶୁଣିଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *