ନୂଆଦିଲ୍ଲୀ,୦୫/୦୮: ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍ରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି । ବଜେଟ୍ରେ ‘ବ୍ରଦର୍ସ ଗିଫ୍ଟ ସ୍କିମ୍’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମ ସୁନାର ମୁଦ୍ରା ପ୍ରଦାନ କରାଯିବ । ଏହାସହ ସିଲ୍କ ଶାଢ଼ୀ ଯୋଜନା ପାଇଁ ୮୧୨ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବିଧାନସଭା ନିର୍ବାଚନ ଇସ୍ତାହାରରେ ବିବାହ ଅବସରରେ ମହିଳାଙ୍କୁ ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ବଜେଟ୍ରେ ଏହାକୁ କାର୍ୟ୍ୟକାରୀ କରିବା ନେଇ ଘୋଷଣା କରାଯାଇଛି। ତାମିଲନାଡୁର ଅର୍ଥମନ୍ତ୍ରୀ ଏନ୍. ମେରୀ ୱିଲସନ୍ ବୁଧବାର ବିଧାନସଭାରେ ଟିଭିକେ ସରକାରଙ୍କ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ପ୍ରଶଂସା କରି କହିଥିଲେ ଯେ, ଟେଣ୍ଡର ପ୍ରକ୍ରିୟାରେ କିଛି ଦଳ ଓ ବ୍ୟକ୍ତିଙ୍କୁ ମିଳୁଥିବା ‘କଟ୍’ (କମିଶନ୍) ବନ୍ଦ କରାଯାଇଛି।