ସେବାୟତଙ୍କ ସହ ଆଲୋଚନା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ

ଭୁବନେଶ୍ୱର,୦୩/୦୮: ଶ୍ରାବଣ ମାସ ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ଗତକାଲି ସନ୍ଧ୍ୟାରୁ ବନ୍ଦ ହୋଇଥିଲା ସମସ୍ତ ନୀତି । ଶ୍ରାବଣ ପାଉଣା ଭାଗବଣ୍ଟାକୁ ନେଇ ବ୍ରାହ୍ମଣ ନିଯୋଗ ଓ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ହୋଇଥିଲା ବିବାଦ । ଆଜି ସକାଳେ ବିନା ପୂଜାରେ ଜଳ ଲାଗି କରିଥିଲେ ଶ୍ରଦ୍ଧାଳୁ । ଶ୍ରୀଲିଙ୍ଗରାଜ ମନ୍ଦିର କାର‌୍ୟ୍ୟନିର୍ବାହୀ ଅଧିକାରୀ ଉଭୟ ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭାବିକ ହୋଇଥିଲା ।

ସୂଚନାଯୋଗ୍ୟ ଯେ  ଆଜି ସକାଳୁ ବଡ଼ୁ ସେବକ ଆସି ନୀତିକାନ୍ତି କରିଥିବା ବେଳେ ପୂଜାପଣ୍ଡା ସେବାୟତ ନୀତି ବନ୍ଦ କରିଥିଲେ । ସେପଟେ ନୀତି ବନ୍ଦକୁ ନେଇ ପୂଜାପଣ୍ଡା ନିଯୋଗକୁ ଦାୟୀ କଲା ବଡ଼ୁ ନିଯୋଗ।  ଶ୍ରାବଣ ପାଉଣାକୁ ନେଇ ଏଭଳି ସ୍ଥିତି ଉପୁଜିଛି । ଅପରପକ୍ଷରେ ଏଭଳି ଅଭିଯୋଗକୁ ପୂଜାପଣ୍ଡା ନିଯୋଗ ଖଣ୍ଡନ କରିଛି । ବଡ଼ୁ ସେବକମାନେ ଅପେକ୍ଷା ନକରି ନୀତି ଆରମ୍ଭ କରିଥିବା ପୂଜାପଣ୍ଡା ନିଯୋଗ ସମ୍ପାଦକ କହିଛନ୍ତି ।

Leave a Reply

Your email address will not be published. Required fields are marked *