ଭୁବନେଶ୍ୱର,୦୩/୦୮: ଦେଶର ଯୁବାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ମୁଣ୍ଡଳୀରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି, ଯୁବପିଢ଼ିଙ୍କ ନୈତିକ ଆଦର୍ଶ ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଛନ୍ତି । ସତ୍ୟନିଷ୍ଠ, ଅନୁଶାସନ, ସମ୍ୱେଦନଶୀଳ ଓ ରାଷ୍ଟ୍ରହିତ ଭାବନା ସହ ଓତପ୍ରୋତ ଥିବା ନାଗରିକ ତିଆରି ପାଇଁ ବିଶ୍ୱବିଦ୍ୟାଳୟମାନେ ପରିବେଶ ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସାମିଲ ହୋଇଥିଲେ । ଆସନ୍ତାକାଲି ଗଞ୍ଜାମ ଗସ୍ତରେ ଯିବେ ରାଷ୍ଟ୍ରପତି । ଆଉ ଇଏ ତାର ପ୍ରସ୍ତୁତି । ଏନେଇ କଡ଼ାକଡ଼ି ସୁରକ୍ଷା ଯାଞ୍ଚ କରାଯାଇଛି। ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଯିବେ । ବ୍ରହ୍ମପୁରରୁ କାର୍କେଡ୍ରେ ତପ୍ତପାଣିକୁ ଯାଇ ମାଆ କନ୍ଧୁଣୀଙ୍କ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ । ଏହାପରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରି, ୫ ତାରିଖରେ ପୁଣି ବ୍ରହ୍ମପୁରରୁ ଟ୍ରେନ୍ରେ ଭୁବନେଶ୍ୱର ଫେରିବେ । ଏହି ଦୁଇ ଦିନିଆ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।