ନୂଆଦିଲ୍ଲୀ,୩୧/୦୭: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଶହଜାଦ ପୁନାୱାଲା ଦଳରୁ ଇସ୍ତଫା ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶହଜାଦ ବିଜେପିର ଶୀର୍ଷ ନେତୃତ୍ବକୁ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି । ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନିଜ ବାୟୋ ବଦଳାଇଛନ୍ତି ଓ ସେଥିରୁ ବିଜେପି ହଟେଇ ଦେଇଛନ୍ତି। ପୁନାୱାଲା ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ତେବେ ଇନଷ୍ଟାଗ୍ରାମ ଆକାଉଣ୍ଟ ପ୍ରୋଫାଇଲରେ ଏବେବି ତାଙ୍କୁ ବିଜେପି ପ୍ରବକ୍ତା ଭାବେ ଦର୍ଶାଇଛନ୍ତି। ଶହଜାଦ ପୁନାୱାଲା ୨୦୧୭ ମସିହାରେ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ।