ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

ନୂଆଦିଲ୍ଲୀ,୧୫/୦୪: ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସୟଦ ଆତା ହସନେନ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୂଚନା ଅନୁଯାୟୀ ସମ୍ରାଟ ଚୌଧୁରୀ ବୁଧବାର ସକାଳ ୧୦ଟା ୫୦ରେ ପାଟନାର ଲୋକଭବନରେ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସୟଦ ଆତା ହସନେନ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସମ୍ରାଟ ଚୌଧୁରୀଙ୍କ ସହିତ ଜେଡିୟୁ କୋଟାରୁ ବିଜୟ କୁମାର ଚୌଧୁରୀ ଏବଂ ବିଜେନ୍ଦ୍ର ପ୍ରସାଦ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି କେବଳ ଏହି ତିନି ନେତା ଶପଥ ଗ୍ରହଣ କରିଛନ୍ତି । ନୂତନ ଏନଡିଏ ସରକାର ଗଠନ ହେବା ପରେ ମଧ୍ୟ କ୍ୟାବିନେଟରେ ୩୩ଟି ମନ୍ତ୍ରୀ ପଦ ଖାଲି ରହିଛି ।ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ବିଜେପି ସଭାପତି ନୀତିନ ନବୀନ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଚିରାଗ ପାସୱାନ ଏବଂ ଜିତନ ରାମ ମାଞ୍ଝି ବିଶେଷ ଭାବରେ ଉପସ୍ଥିତ ରହିବେ । ସମ୍ରାଟ ଚୌଧୁରୀ ତାଙ୍କର ଘରୁ ବାହାରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ ।