ୟୁକ୍ରେନରେ ଡନିପ୍ରୋ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଋଷର ଡ୍ରୋନ୍ ଆକ୍ରମଣ, ୧୩ ମୃତ

ନୂଆଦିଲ୍ଲୀ,୨୯/୧୦: ୟୁକ୍ରେନରେ ଡନିପ୍ରୋ ରେଳ ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଋଷର ଭୟଙ୍କର ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ୟୁକ୍ରେନରେ ଶୋକ ଓ ଉତ୍ତେଜନା ଦେଖାଦେଇଛି । ୟୁକ୍ରେନୀୟ ରେଳବାଇ ପକ୍ଷରୁ ଟେଲିଗ୍ରାମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଡନିପ୍ରୋରୁ ଜାପୋରିଜିଆ ଯିବାକୁ ଥିବା ୮୬୬ ନମ୍ବର ବିଶିଷ୍ଟ ଏକ ଇଲେକ୍ଟ୍ରିକ୍ ଯାତ୍ରୀବାହୀ ଟ୍ରେନ୍ ଷ୍ଟେସନର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା । ଏହି ସମୟରେ ରୁଷ ପକ୍ଷରୁ ଆସିଥିବା ଜେଟ୍‌ଚାଳିତ ଡ୍ରୋନ୍ ଟ୍ରେନ୍‌କୁ ଧକ୍କା ଦେଇଥିଲା । ଫଳରେ ଷ୍ଟେସନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *