ଚିକିଟିରେ ସ୍କୁଲ ଭ୍ୟାନ ଦୁର୍ଘଟଣାଗସ୍ତ, ୧୨ ଛାତ୍ର ଆହତ

ଭୁବନେଶ୍ୱର,୧୮/୦୪: ଗଞ୍ଜାମ ଚିକିଟିରେ ସ୍କୁଲ ଭ୍ୟାନ ଦୁର୍ଘଟଣାଗସ୍ତ। ଏହି ଦୁର୍ଘଟଣାରେ ୧୨ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଚିକିଟି ଗଡ଼ ଇଲେକ୍ଟ୍ରି ଅଫିସ ଛକଠାରୁ ଅଳ୍ପ ଦୂରରେ ଏକ ଟାଟା ମେଜିକ ଦୁର୍ଘଟଣା ଗସ୍ତ ହୋଇଛି। ଚାନ୍ଦପୁର ଅଞ୍ଚଳରୁ ୧୨ ଜଣ ଓଏବି ପିଲାଙ୍କୁ ନେଇ ପିତାତଳି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି ଭ୍ୟାନ। ଫଳରେ ଡ୍ରାଇଭର ସମେତ ସମସ୍ତ ପିଲା ଆହତ ହୋଇଛି। ଡ୍ରାଇଭର ଛାତିକୁ ଆଘାତ ଲାଗି ଗୁରୁତର ଅଛି। ମର୍ଣ୍ଣି ୱାକରେ ଯାଉଥିବା କିଛି ଯୁବକ ସେମାନଙ୍କୁ ଉଦ୍ଧାର କରି ଚିକିଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।