ଭୁବନେଶ୍ୱର,୧୩/୧୧: ଆସାମର କାଜିରଙ୍ଗାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ମିନିବସ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨୩ ଜଣଙ୍କ ଜୀବନ। ଏହି ଦୁର୍ଘଟଣାରେ ଆଉ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି । ଗୁରୁବାର କାଜିରଙ୍ଗା ନିକଟ ରୋଙ୍ଗାଜାନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ସୂଚନା ଅନୁସାରେ, ମିନିବସ୍ଟି ବୋକାଖାଟରୁ ନଗାଓଁ ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ କଣ୍ଟେନର ଟ୍ରକ୍ ସହ ଏହାର ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ମିନିବସ୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଖବର ପାଇ ପୁଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।