ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ୍

ନୂଆଦିଲ୍ଲୀ୧୦/୦୭: ରାଜସ୍ଥାନରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ନେଇ ଉଠିଥିବା ବିବାଦରେ ଆସିଛି ନୂଆ ମୋଡ଼ । ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ରଥଯାତ୍ରା । ଆଜି ଆୟୋଜିତ ହେବାକୁ ଥିବା ଏହି ରଥଯାତ୍ରାକୁ ସିକର ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକାଯାଇଥିବା ଜଣାପଡ଼ିଛି । ଏନେଇ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ରଥଯାତ୍ରା ବନ୍ଦ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ, ବିଶ୍ବ ସନାତନ ଧର୍ମ ସେବା ସଂଗଠନ ପକ୍ଷରୁ ରାଜସ୍ଥାନରେ ଏହି ରଥଯାତ୍ରା ଆୟୋଜନ କରାଯିବାର ଥିଲା କିନ୍ତୁ ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟ ବାହାରେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏହି ଘଟଣା ସମ୍ପର୍କରେ ସିକର ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି ।

Leave a Reply

Your email address will not be published. Required fields are marked *