ପୁଣି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା!

ଭୁବନେଶ୍ୱର,୧୮/୧୦: ବଙ୍ଗୋପସାଗରରେ ପୁଣି ସକ୍ରିୟ ହେବ ଲଘୁଚାପ। ସପ୍ତାହ ଶେଷ ଆଡ଼କୁ ଏକ ବଡ଼ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ପରେ ୨୪ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି।ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ। ଏହି ଲଘୁଚାପ ପ୍ରଭାବରେ ଦଶହରା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି । ଲଘୁଚାପ କେଉଁ ଦିଗକୁ ଗତି କରିବ ଏବଂ ଓଡ଼ିଶାର ପାଗ ଉପରେ କେତେ ପ୍ରଭାବ ପକାଇବ, ତାହା ପରବର୍ତ୍ତୀ ପାଣିପାଗ ଆକଳନ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *