ଭୁବନେଶ୍ୱର,୧୫/୧୦: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅପସାରଣ ପରେ ଆଗମନ ହେବ ଉତ୍ତରପୂର୍ବ ମୌସୁମୀ। ଏଥିପାଇଁ ପାଗ ଅନୁକୂଳ ରହିଛି। ଏହା ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉତ୍ତର, ପୂର୍ବ ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା। ଏଥିପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୋଳ ଢେଙ୍କାନାଳ. କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି ଗଞ୍ଜାମ, ପୁରୀ ଖୋର୍ଦ୍ଧା ଓ ନୟାଗଡ। ଆସନ୍ତା ୩ ଦିନ ଦକ୍ଷିଣ ଓଡି଼ଶାର ଉପକୂଳରେ ବର୍ଷା ପବନ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।