ଛାତ୍ର ସଂସଦ ନିର୍ବାଚନ, ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର,୧୫/୧୦: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନରେ ହିଂସାର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେବାକୁ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅପିଲ୍। ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, “ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ। ଏହା ଗଣତନ୍ତ୍ରର ମୂଳଦୁଆ ଓ ଭବିଷ୍ୟତର ନେତୃତ୍ୱ ଗଠନର ମୁଖ୍ୟ ମାଧ୍ୟମ। ଆଜି ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂଆ ଦିଗ୍ ଦର୍ଶନ ଦେବ।” ତେଣୁ ହିଂସା, ଗୁଜବର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ନିର୍ବାଚନରେ ସାମିଲ୍ ହେବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ ଆଜି ଚାଲିଛି ଭୋଟ ଗ୍ରହଣ। ନିଜ ନିଜ କଲେଜର ନେତା ବାଛୁଛନ୍ତି ଛାତ୍ରଛାତ୍ରୀ। ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗ୍ରହଣ। ଦିନ ୨ଟା ଯାଏ ଚାଲିବ ଭୋଟଦାନ ପ୍ରକ୍ରିୟା। ଭୋଟଗ୍ରହଣ ପରେ ଭୋଟ୍ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ଆସିଯିବ ରେଜଲ୍ଟ। ଏହାପରେ ଆସନ୍ତାକାଲି ନବନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମୋଟ ୬ ହଜାର ୮ ଶହ ୯୧ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ରାଜ୍ୟର ୧୨ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ମୈଦାନରେ ଅଛନ୍ତି ୩୩୮ ପ୍ରାର୍ଥୀ। ୪୨ ଜଣ ବିନା ପ୍ରତିଦ୍ୱନ୍ଦ୍ବିରେ ବିଜୟୀ ହୋଇ ସାରିଛନ୍ତି। ଏଥିସହ ୭ରୁ ଅଧିକ କଲେଜରେ ସାଇନ୍-ଏ-ଡାଏ ଓ ୧୨ରୁ ଅଧିକ କଲେଜରେ ନିର୍ବାଚନ ବାତିଲ ହୋଇଛି।

Leave a Reply

Your email address will not be published. Required fields are marked *