ଭୁବନେଶ୍ୱର,୨୪/୦୯: ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି । ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲ ଛୁଟି କରିଥିଲେ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ। ସ୍ଥିତିକୁ ଦୃଷ୍ଟିରେ ରଖି ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବୃଦ୍ଧି କରାଯାଇପାରେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି, ଯାହାଦ୍ବାରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି । ଆବଶ୍ୟକ ପଡିଲେ ଏକ୍ସାଟ୍ରା କ୍ଲାସ୍ କରି ପିଲାଙ୍କ ପାଠପଢ଼ାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।