ଦୁଇ ଦଫା ଦାବି ନେଇ ଲୋୟର ପିଏମ୍‌ଜିଠାରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ

ଭୁବନେଶ୍ୱର,୨୭/୧୧: ନିଜର ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ପ୍ରାଥମିକ ଶିକ୍ଷକ। ଦୁଇ ଦଫା ଦାବି ନେଇ ଭୁବନେଶ୍ୱରର ଲୋୟର ପିଏମ୍‌ଜିଠାରେ ଶିକ୍ଷକମାନେ ବିଶାଳ ଗଣଧାରଣା ଦେଇଛନ୍ତି। ଏହି ଆନ୍ଦୋଳନ ମାଧ୍ୟମରେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ଶିକ୍ଷକମାନେ ଦାବି ଜଣାଇଛନ୍ତି । ଶିକ୍ଷକଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ୬ ବର୍ଷର ଚୁକ୍ତିଭିତ୍ତିକ କାର୍ୟ୍ୟକାଳକୁ ଚାକିରି ଅବଧିରେ ଗଣନା କରି ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ପ୍ରଦାନ। ଏଥିସହ ଚୁକ୍ତିଭିତ୍ତିକ କାର୍ୟ୍ୟକାଳକୁ ଉଚିତ୍ ମାନ୍ୟତା ଦେଇ ମୂଳ ଚାକିରିରେ ଯୋଗଦାନ କରାଇବାକୁ ମଧ୍ୟ ଦାବି କରିଛନ୍ତି। ଦୀର୍ଘଦିନ ଧରି ନିଜର ଦାବି ପୂରଣ ଅପେକ୍ଷାରେ ଥିବା ଶିକ୍ଷକମାନେ ଏବେ ରାଜରାସ୍ତାରେ ନିଜର ହକ୍‌ ପାଇଁ ସ୍ୱର ଉଠାଇଛନ୍ତି। ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *