ନୂଆଦିଲ୍ଲୀ,୨୮/୦୬: ପରିବେଶ ସଂରକ୍ଷଣ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଶେଲ୍ସର ସର୍ବୋଚ୍ଚ ରାଷ୍ଟ୍ରପତି ସମ୍ମାନ ”ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍” ପ୍ରଦାନ କରାଯାଇଛି। ଦ୍ୱୀପରାଷ୍ଟ୍ର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଗ୍ରହଣ କରିବା ସହ ଏହାକୁ ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ଆହ୍ୱାନର ସାମ୍ନା କରୁଥିବା ଏବଂ ପରିବେଶ ସୁରକ୍ଷାକୁ ନିଜର ଦାୟିତ୍ୱ ମନେ କରୁଥିବା ସମସ୍ତ ଦେଶ ପ୍ରତି ଉତ୍ସର୍ଗ କରିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟ ”ଏକ୍ସ” ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ସେଶେଲ୍ସର ଜନସାଧାରଣ, ସରକାର ଓ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କୁ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ବିଶ୍ୱକୁ ଅଧିକ ସବୁଜ ସୁନ୍ଦର କରିବା ପାଇଁ ଭାରତର ”ଲାଇଫ୍ ମିଶନ”, ଆନ୍ତର୍ଜାତୀୟ ସୌର ମେଣ୍ଟ ଭଳି ବିଶ୍ୱସ୍ତରୀୟ ପ୍ରୟାସ ଏହି ଦିଗରେ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି।