ଓଡ଼ିଶାର ଲୋକଭବନକୁ ମିଳିଲା ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ ମାନ୍ୟତା

ଭୁବନେଶ୍ୱର,୦୧/୦୯: ଓଡ଼ିଶାର ଲୋକଭବନକୁ ମିଳିଛି ପ୍ରତିଷ୍ଠିତ ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ ମାନ୍ୟତା । ଆଇଜିବିସି ପ୍ଲାଟିନମ୍ ଗ୍ରିନ୍ କ୍ୟାମ୍ପସ୍ ସାର୍ଟିଫିକେସନରେ ଲୋକଭବନ ୧୦୦ରୁ ୮୮ ନମ୍ବର ହାସଲ କରିଛି । ଅକ୍ଷୟ ଶକ୍ତିର ବ୍ୟବହାର, ଜଳ ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଏବଂ ବର୍ଜ୍ୟ ପରିଚାଳନା ଭଳି କ୍ଷେତ୍ରରେ ନିରନ୍ତର ଯୋଗଦାନକୁ ଆଇଜିବିସି ପକ୍ଷରୁ ସ୍ୱୀକୃତି ଦିଆଯାଇଥାଏ । ଏଥିସହ ବିକାଶ ସହ ପରିବେଶଗତ ଦାୟିତ୍ୱକୁ ସମାନ ଭାବେ ଆଗେଇ ନେବା ପାଇଁ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ଏହି ପ୍ରମାଣପତ୍ର ପ୍ରୋତ୍ସାହିତ କରିଥାଏ । ଏହି ଦୃଷ୍ଟିକୋଣକୁ କାର୍ଯ୍ୟରେ ପରିଣତ କରି ରାଜ୍ୟପାଳ ହରି ବାବୁ କମ୍ବମପଟିଙ୍କ ମାର୍ଗଦର୍ଶନରେ ଲୋକଭବନକୁ ଏକ ସବୁଜ ଓ ଜଳବାୟୁ-ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନରେ ପରିଣତ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *