ଭୁବନେଶ୍ୱର,୧/୦୯: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଜେଲ୍ରୁ ବାହାରିଲେ ବିକ୍ରମ ପଣ୍ଡା । ଗତକାଲି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ହାଇକୋର୍ଟ । ସେ ଜେଲରୁ ବାହାରିବା ବେଳେ ତାଙ୍କୁ ତାଙ୍କର ସମର୍ଥକ ଓ ଶୁଭେଚ୍ଛୁମାନେ ପାଛୋଟି ନେଇଥିଲେ । ଏହାସହ ଜେଲରୁ ବାହାରି ବିକ୍ରମ ପଣ୍ଡା କହିଛନ୍ତି କି, ସେ ରାଜନୈତିକ ଷଡଯନ୍ତ୍ରରେ ଫସି ଯାଇଥିଲେ । ବିନା କାରଣରେ ତାଙ୍କୁ ୧୦ ମାସ ଜେଲରେ ରହିବାକୁ ପଡ଼ିଲା । ପୁଣି ଏବେ ଆଗକୁ ମାମଲା ଚାଲିବାକୁ ଥିବା ବେଳେ ଏହା ବିନା ଦୋଷରେ ଦଣ୍ଡ ବୋଲି ସେ କହିଛନ୍ତି ।ସେପଟେ ପୁଲିସ୍ ଉପରେ ବିରକ୍ତ ହେଲେ ହାଇକୋର୍ଟ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ୧୦ ମାସ ଜେଲ୍ରେ ରହିବା ପରେ ସେ ମୁକୁଳିଛନ୍ତି ।