ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗରେ ଅଘଟଣ ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ଜାରି

ଭୁବନେଶ୍ୱର,୧୮/୧୦: ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗରେ ବଡ଼ ଅଘଟଣ ପରେ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲର୍ଟ ଜାରି ହୋଇଛି । ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନେ ଯେପରି ସୁରୁଖୁରୁରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ବିଭିନ୍ନ ପୂଜା ମଣ୍ଡପରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଟ୍ରାଫିକ୍‌ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଶ୍ରଦ୍ଧାଳୁଙ୍କ ଯାତାୟାତ ଯେପରି ସ୍ୱାଭାବିକ ରହିବ, ସେଥିପ୍ରତି ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପୁଲିସ ଡିଜି କହିଛନ୍ତି ।ଅନ୍ୟପଟେ, ପୂଜା ଭିଡ଼ରେ ଚେନ୍‌ ଛିନ୍‌ତାଇ ଓ ଲୁଟ୍‌ପାଟ୍‌ ଭଳି ଘଟଣା ରୋକିବାକୁ ପୁଲିସ ନଜର ରଖିଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।

Leave a Reply

Your email address will not be published. Required fields are marked *