ଭୁବନେଶ୍ୱର,୧୯/୧୧: ଆଜି ଦ୍ବିତୀୟ ଦିନରେ ପୁଣି ହଟ୍ଟଗୋଳରେ ମୁଲତବି ହେଲା ବିଧାନସଭା । କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକମାନେ ୱେଲ୍କୁ ଆସି ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଫଳରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟଦିବସ ରହିଛି । ସେହିପରି ପ୍ରଥମ ଦିନରେ ମଧ୍ୟ ଶୋକ ପ୍ରସ୍ତାବ ଆଗତ ପରେ ବାଚସ୍ପତୀ ଗୃହ ମୁଲତବି ଘୋଷଣା କରିଥିଲେ । ବିଜେଡି ବନ୍ୟା ପ୍ରସଙ୍ଗ ଏବଂ କଂଗ୍ରେସ କୋଟିଆ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ ହୋଇଥିଲା । ଶୋକ ପ୍ରସ୍ତାବ ପରେ ଗୃହରେ ହଙ୍ଗାମା ଆରମ୍ଭ ହୋଇଥିଲା । କୋଟିଆ ପ୍ରସଙ୍ଗ ଉଠାଇ ବିରୋଧୀ ବିଧାୟକମାନେ ୱେଲ୍କୁ ଆସି ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ପ୍ଲାକାର୍ଡ ଦେଖାଇ ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ । ଏପରିକି ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ମଧ୍ୟ ତାଙ୍କ ନିକଟକୁ ଯାଇ ହୋହଲ୍ଲା କରିଥିଲେ । ବିଧାୟକମାନେ ପ୍ଲାକାର୍ଡ ଦେଖାଇ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗକୁ ବଢ଼ିପାରିନଥିଲା । ଶେଷରେ ବାଚସ୍ପତି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ ।